ଜୟପୁର: ବୈପାରୀଗୁଡ଼ା ବ୍ଲକ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସରେ ଶୁକ୍ରବାର ସନ୍ଧ୍ୟାରାଣୀ ନାୟକ ନାମକ ଜଣେ ବରିଷ୍ଠ ରାଜସ୍ୱ ସହାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ସନ୍ଧ୍ୟାରାଣୀ ନାୟକ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ରୁମ୍ରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସର ଏକ ଟିମ୍ କବାଟ ଭାଙ୍ଗି ଭିତରକୁ ପଶିବା ପରେ ନାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପ୍ରାୟ ସପ୍ତାହେ ତଳେ ସନ୍ଧ୍ୟାରାଣୀ ନାୟକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଦୁର୍ଗାପୂଜା ପାଇଁ ପଡ଼ୋଶୀମାନେ ବାହାରେ ଥିବାରୁ ଏବେ ଘଟଣା ବାବଦରେ ଜଣାପଡ଼ିଛି।
ତେବେ ଏହି ମହିଳା ଅଧିକାରୀଙ୍କ ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
Comments are closed.