Latest Odisha News

BREAKING NEWS

ମୁହଁରୁ ଛାଡୁନି ଲାଞ୍ଚ ନିଶା, ପୁଣିଥରେ ଭିଜିଲାନ୍ସ ହାତରେ ଆରଆଇ ମନୋଜ ମହାନନ୍ଦ

ସମ୍ବଲପୁର: ମୁହଁରୁ ଛାଡୁନି ଲାଞ୍ଚ ନିଶା। ଦ୍ବିତୀୟ ଥର ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ । ଭିଜିଲାନ୍ସ ହାତରେ ନାକଟିଦେଉଳ ତହସିଲ୍ ଡାଇଁଚ ଆରଆଇ ମନୋଜ ମହାନନ୍ଦ। ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଆରଆଇ ମନୋଜ।

ସୂଚନା ଅନୁସାରେ, ସମ୍ବଲପୁର ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ଆରଆଇ ମନୋଜ ମହାନନ୍ଦ ଆଜି ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆରଆଇ ମନୋଜ ମହାନନ୍ଦଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜମନକିରାରେ ଆରଆଇ ଥିବାବେଳେ ୨୦୨୨ ମସିହାରେ ଲାଞ୍ଚ ନେଇ ଧରାପଡିଥିଲେ ମନୋଜ ମହାନନ୍ଦ। ଉକ୍ତ ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାଟି ଏବେ ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି।

Comments are closed.