Latest Odisha News

BREAKING NEWS

ଚାଷୀଙ୍କୁ ଲାଞ୍ଚ ମାଗି ଫସିଲେ ରେକର୍ଡ କିପର

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ କେନ୍ଦୁଝର ସେଟଲମେଣ୍ଟ ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ରେକର୍ଡ କିପର ହାଡିବନ୍ଧୁ ବେହେରାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି।

ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ, ସେ ଜଣେ ଗରିବ ଚାଷୀଙ୍କଠାରୁ ବିବାଦୀୟ ପୈତୃକ ଜମି ସମ୍ପର୍କିତ ଖତିଆନ ଏବଂ ଅମିନ ରିପୋର୍ଟ ସହିତ ଜଡିତ ଦଲିଲର ପ୍ରମାଣପତ୍ରର କପି ପ୍ରଦାନ କରିବା ବଦଳରେ ଲାଞ୍ଚ ଦାବି କରିଥିଲେ। ଯେଉଁଥିପାଇଁ ସେ ଜୁଲାଇ ୪ରେ ଆବେଦନ କରିଥିଲେ।

ଦାବି କରାଯାଇଥିବା ଲାଞ୍ଚ ନଦେଲେ ଜମି ରେକର୍ଡର ପ୍ରମାଣପତ୍ର କପି ଦେବାକୁ ମନା କରିଦେଇଥିଲେ ଏହି ରାଜସ୍ୱ କର୍ମଚାରୀ ଜଣକ। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଚାଷୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ଏ ବିଷୟରେ ରିପୋର୍ଟ କରିଥିଲେ। ଏହା ପରେ ତାଙ୍କୁ ଧରିବା ପାଇଁ ଏକ ଜାଲ ବିଛାଯାଇଥିଲା। ତେବେ ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯିବା ସହ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

ଅପରପକ୍ଷରେ ଆୟବର୍ହିଭୂତ ସମ୍ପତ୍ତି ସନ୍ଦେହରେ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।

ତାଙ୍କ ବିରୋଧରେ ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

Comments are closed.