Latest Odisha News

BREAKING NEWS

ଆର ଜି କର ମେଡିକାଲ ମାମଲା: ଜୁନିଅର ଡାକ୍ତରଙ୍କ ପାଇଁ ଲଢିବେ ଇନ୍ଦିରା ଜୟସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ଆଇନଜୀବୀ ତଥା ସମାଜସେବୀ ଇନ୍ଦିରା ଜୟସିଂ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫୋରମ୍ (ଡବ୍ଲୁବିଜେଡିଏଫ୍) ତରଫରୁ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିବେ।

କୋଲକାତା ଆର ଜି କର ମେଡିକାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ଜୁନିୟର ଡାକ୍ତର ସଂଘ ପକ୍ଷରୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଯେଉଁ ମାମଲାରେ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ୱ କରିବେ ଇନ୍ଦିରା। ମଙ୍ଗଳା ବାର ଦିନ ଏହି ମାମଲାରେ ଶୁଣାଣି ହେବ।

ତେବେ ବର୍ତ୍ତମାନ ଯାଏଁ ଆପେକ୍ସ କୋର୍ଟରେ ଡବ୍ଲୁବିଜେଡିଏଫ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା ପ୍ରତିନିଧିତ୍ୱ କରୁଥିଲେ।

Comments are closed.