Latest Odisha News

BREAKING NEWS

ମହାଭାରତରେ ଦ୍ରୌପଦୀ ହେବେ ଅଭିନେତ୍ରୀ ରିୟା!

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବେଶ୍‌ ଚର୍ଚ୍ଚାରେ ରହିଆସିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଶା କାରବାର ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ୍‌ଙ୍କୁ ଗିରଫ କରାଯାଇଥିଲା।

କହିବାକୁ ଗଲେ ପ୍ରାୟ ୧ ବର୍ଷ ପରେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି ରିୟା। ନିକଟରେ ସେ ଦ ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ଓମେନ୍‌ ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ରିୟା।

ତେବେ ରିୟାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି। ଫିଲ୍ମ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ  ଅଭିନୟ କରିବା ନେଇ ଚର୍ଚ୍ଚା ହେଉଛି।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, “ମହାଭାରତ ଏବଂ ଦ୍ର‌ୌପଦୀଙ୍କ ଚରିତ୍ରକୁ ନେଇ ଏକ ନିଆରା ତଥା ଭିନ୍ନ ପଦକ୍ଷେପ ନିଆଯିବ। ଏଥିରେ ଦ୍ରୌପଦୀଙ୍କ ଭୂମିକା ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଏ ନେଇ ଆଲୋଚନା ମଧ୍ୟ ଚାଲିଛି। କିନ୍ତୁ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏ ମିଳିପାରିନାହିଁ।

Comments are closed.