Latest Odisha News

BREAKING NEWS

ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲ ଆର୍‌ଆଇ, ଅମିନ

ସମ୍ବଲପୁର: ଭିଜିଲାନ୍ସ ହାବୁଡ଼ରେ ସମ୍ବଲପୁର କେଶେଇବାହାଲର ଆର୍‌ଆଇ ଓ ଅମିନ l ଜମି ମାମଲାର ଇନକ୍ୱାରୀ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ l ଲାଞ୍ଚ ଟଙ୍କା ଜବତ କରିବା ସହ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି l

ସୂଚନା ଅନୁସାରେ, ଜମି ମାମଲାର ଇନକ୍ୱାରୀ କରିବାକୁ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁ l ଏ ବାବଦକୁ ପୂର୍ବରୁ ବ୍ୟକ୍ତି ଜଣଙ୍କ ୩ ହଜାର ଟଙ୍କା ଦେଇଥିଲେ l କିନ୍ତୁ ପରେ, ଆହୁରି ୭ ହଜାର ଟଙ୍କା ମାଗିଥିଲେ l ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି l ପୂର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଆର୍‌ଆଇ ତୁଳସା ପ୍ରଧାନଙ୍କୁ ବଳକା ୭ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍ସ ଟିମ ହଠାତ ମାଡି ବସିଥିଲା l ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l

Comments are closed.