Latest Odisha News

BREAKING NEWS

ରାଜନୀତି ମଇଦାନରେ ରିକ୍ସା ଚାଳକ ସନାତନ ଦାସ

ବାଲେଶ୍ୱର: ପେଶା ହେଉଛି ରିକ୍ସା ଚଳାଇବା ଆଉ ନିଶା ପାଲଟିଛି ରାଜନୀତି । ରାଜନୀତି ମୈଦାନ ଏବେ ଚଳଚଞ୍ଚଳ ହୋଇଉଠିଛି । ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ତେବେ ଏମିତି କିଛି ନିଆରା ପ୍ରାର୍ଥୀଙ୍କୁ ରାଜନୀତି ରଣାଙ୍ଗାନରେ ଦେଖିବାକୁ ମିଳିଛି।
ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସନାତନ ଦାସ ।

ପୂର୍ବରୁ ସମିତି ସଭ୍ୟ, ସରପଞ୍ଚ ଭାବେ ବି ସେ ନିର୍ବାଚନ ଲଢ଼ିଥିଲେ ନିର୍ବାଚନ ହାରି ବି ପଞ୍ଚଘୁଞ୍ଚା ଦେଇନାହନ୍ତି କି ହାର ମାନି ନାହାନ୍ତି  ଏଥର ନିର୍ବାଚନରେ ଲୋକଙ୍କ ପାଖକୁ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି ସନାତନ

 

ଏନେଇ ସରପଞ୍ଚ ପ୍ରାର୍ଥୀ ସନାତନ ଦାସ କହିଛନ୍ତି ମୁଁ ପୂର୍ବରୁ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିଲି ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିଲି ୩୦୦ ଭୋଟ୍ ପାଇଥିଲି ଏଥର ମୁଁ ସରପଞ୍ଚ ଭାବେ ଛିଡ଼ା ହୋଇଛି ସମସ୍ତେ ମୋତେ ଭୋଟ୍ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଁ ମଧ୍ୟ ଜିତିବା ପାଇଁ ଆଶା ରଖିଛି

ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି ଜଣେ ରିକ୍ସା ଚାଳକ ଗରିବ ହେଲେ ମଧ୍ୟ ଛିଡା ହୋଇପାରିବ ଏବେ ସେ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ସନାତନଙ୍କୁ ଲୋକଙ୍କ ମଧ୍ୟ ଜନସମର୍ଥନ ରହିଛି

Comments are closed, but trackbacks and pingbacks are open.