Latest Odisha News

BREAKING NEWS

ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ନିକଟରୁ ଟି୨୦ ବିଶ୍ୱକପ ସୁପର ଏଇଟରେ ଭାରତ ଶୋଚନୀୟ ଭାବେ ହାରିବା ସମସ୍ତଙ୍କୁ ବ୍ୟଥୀତ କରିଛି । ଏହି ପରାଜୟ ଯୋଗୁ ଟିମ ଇଣ୍ଡିଆ ଏବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ସଂଘର୍ଷ କରୁଛି । ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆର ଅଧିନାୟକ ରିକି ପଂଟିଂ ଭାରତର କୋଚ ଗୌତମ ଗମ୍ଭୀରଙ୍କ ରଣନୀତିକୁ ସମାଲୋଚନା କରିଛନ୍ତିି । ସେ ସ୍ପଷ୍ଟ ଭାବେ କହିଛନ୍ତି ଜଣେ ଖେଳାଳି ବଦଳାଇଲେ ବିଶ୍ୱକପ ମିଳି ଯାଏନି । ନିଜର ସର୍ବଶ୍ରେଷ୍ଠ ଖେଳାଳି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବାକୁ ପଡିବ । ବାରମ୍ବାର ବଦଳାଇବା ଯୋଗୁ ସେମାନଙ୍କ ମନୋବଳ ହ୍ରାସ ପାଇଥାଏ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଷର ପଟେଲଙ୍କୁ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇବା ସେତେ ଜରୁରୀ ନ ଥିଲା ।

କୂଲଦୀପ ଯାଦବ ଓ ଅକ୍ଷର ପଟେଲ ତୁମକୁ ଅନେକ ମ୍ୟାଚ ଜିତାଇଛନ୍ତି । ସେମାନଙ୍କୁ ଅନାବଶ୍ୟକ ଭାବେ ଦଳରୁ ବାଦ ଦେବା ଆବଶ୍ୟକ ନ ଥିଲା । ମୁଁ ଏବେ ବି ଏହି ଖେଳାଳି ଚୂଡାନ୍ତ ଏକାଦଶରେ ଚାହିଁବି । ଯଦି ତୁମର ୭ଜଣ ବ୍ୟାଟ୍ସମ୍ୟାନ ବିଫଳ ହେବେ ତେବେ କଣ ୮ମ ବ୍ୟାଟ୍ସମ୍ୟାନ ଆସି ମ୍ୟାଚ ଜିତାଇଦେବ । ଏହା ଦ୍ୱାରା କଣ ତୁମର ବୋଲିଂ ଲାଇନ ଅପ ଶୃଙ୍ଖଳିତ ରହିବ । ଅତ୍ୟଧିକ ଚିନ୍ତା ନ କରି ଜିମ୍ବାୱେ ବିପକ୍ଷ ମ୍ୟାଚରେ ପ୍ରଥମେ ବିଜୟ ହାସଲ କରିବାକୁ ଉଦ୍ୟମ କରନ୍ତୁ । ଡ୍ରେସିଂ ରୁମର ପରିବେଶ ଯେତେ ହାଲକା ରହିବ ସେତେ ଭଲ । ଯଦି ସବୁ କିଛି ଠିକଠାକ ରହିବ ତେବେ ଭାରତ ଟାଇଟଲ ହାସଲ କରିବା ବଡ କଥା ନୁହେଁ ।

Leave A Reply

Your email address will not be published.