Latest Odisha News

BREAKING NEWS

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଶେଷ ହୁଏନି: ହାଇକୋର୍ଟ

କୋଲକାତା: କୋଲକାତା ହାଇକୋର୍ଟ ଗୋପନୀୟତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏନି । ଆରଟିଆଇ ଅଧିନିୟମ ଅନୁଯାୟୀ ମୃତ୍ୟୁ ପରେ ଏହା ସାର୍ବଜନୀନ କରାଯାଇ ପାରିବ ନାହିଁ । ଋଶିକା ଜୈନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟ ଏହି ଶୁଣାଣୀ କରିଛନ୍ତି । ଋଶିକା ୨୦୨୦ରେ କୁଶଲ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ମାତ୍ର ବର୍ଷକ ପରେ ତାଙ୍କର ମୃତ୍ୟୁ ରହସ୍ୟମୟ ଢ଼ଙ୍ଗରେ ହୋଇଥିଲା । କୁଶଲଙ୍କୁ ପୋଲିସ ଏବେ ଗିରଫ କରିଛି ।

ବିବାହ ପୂର୍ବରୁ ଋଶିକା ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ ଆପ ଚାଟ ଜାଣିବା ପାଇଁ ଶାଶୁଙ୍କ ପକ୍ଷରୁ ଆରଟିଆଇ ଦାଖଲ କରାଯାଇଥିଲା । ପୋଲିସ ଏହି ସୂଚନା ସେମାନଙ୍କୁ ପ୍ରଦାନ କରିଥିଲେ । ମାତ୍ର ପରେ ଋଶିକାଙ୍କ ପିତାମାତା ଏ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣୀ କରି କୋର୍ଟଙ୍କ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.