Latest Odisha News

ଶାନ୍ତା ମେମୋରିଆଲ୍ ରିହାବିଲେଟେସନ ସେଣ୍ଟରର ୩୯ତମ ଫାଉଣ୍ଡେସନ ଡେ

ଭୁବନେଶ୍ୱର: ଶାନ୍ତା ମେମୋରିଆଲ ରିହାବିଲେଟେସନ ସେଣ୍ଟରର ଆଜି ୩୯ତମ ଫାଉଣ୍ଡେସନ ଡେ ପାଳିତ ହୋଇଛି। ଏହି ପ୍ରୋଗ୍ରାମରେ ଅରମାନ ଅଲି (ସୁପରିଚିତ ଭିନ୍ନକ୍ଷମ କାର୍ଯ୍ୟକର୍ତ୍ତା ତଥା ନିର୍ଦ୍ଦେଶକ ଏନ.ସି.ପି.ଡି.ପି, ଦିଲ୍ଲୀ) ଦଶମ ଅଶୋକ ମେମୋରିଆଲ ବକ୍ତୃତା ପ୍ରଦାନ କରିଥିଲେ । ଡ଼. ଅରୋବିନ୍ଦ ବେହେରା, ଆଇଏଏସ୍ (ଅବସରପ୍ରାପ୍ତ) ତଥା ସଦସ୍ୟ ଉପଦେଷ୍ଟା ବୋର୍ଡ ଏସଏମଆରସି ସଭାପତିତ୍ୱ କରିଥିଲେ।

କେବଳ ରାଜ୍ୟ ସ୍ତରରେ ନୁହେଁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ, SMRC ର ପ୍ରତିଷ୍ଠାତା ଅଶୋକ ହନ୍ସଙ୍କ ଦ୍ୱାରା ଭିନ୍ନକ୍ଷମତା ଉପରେ କରାଯାଇଥିବା ନିରନ୍ତର ଉଦ୍ୟମ ଉପରେ ଆଲୋକପାତ କରି KIIT ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ ସାର ତଥା SMRC ବୋର୍ଡର ସଦସ୍ୟ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ସେ ଅରମାନ ଅଲିଙ୍କୁ ମୁଖ୍ୟ ଅତିଥି ଭାବରେ “ଫରଗଟନ ଡେମୋଗ୍ରାଫିକ୍: ରାଜନୀତିରେ ଭିନ୍ନକ୍ଷମ” ଉପରେ ଏକ ଲେକ୍ଟର ପ୍ରଦାନ କରିବାକୁ ଆମନ୍ତ୍ରିତ ହୋଇଥିଲେ।

ଅରମାନ ଅଲି ଜଣେ ୨୦ ବର୍ଷର ଭିନ୍ନକ୍ଷମ ଅଧିକାର କାର୍ଯ୍ୟକର୍ତ୍ତା ଏବଂ ଏକ ହ୍ୱିଲ୍ ଚେୟାର ବ୍ୟବହାରକାରୀ , ସେ ଭିନ୍ନକ୍ଷମମାନଙ୍କୁ ରାଜନୈତିକ ଅଂଶଗ୍ରହଣ ରେ ବାଦ ଦେବା ଉପରେ କାମ କରି ଇତିହାସ ସୃଷ୍ଟି କରିଛନ୍ତି। ଯାହାକି ଭିନ୍ନକ୍ଷମଙ୍କ ସକ୍ରିୟତା ଆଇନ ସୃଷ୍ଟି କରିଛି ଯାହା ଭାରତରେ ଅନ୍ତର୍ଭୂକ୍ତ ରାଜନୈତିକ ପ୍ରକ୍ରିୟା ରେ ସାମିଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେ SMRC ର ପ୍ରତିଷ୍ଠାତା ଅଶୋକ ହନ୍ସଙ୍କ ସହ ଭିନ୍ନକ୍ଷମଙ୍କ ପାଇଁ ସୁଗମତାକୁ ଉନ୍ନତ କରିବାରେ କାର୍ଯ୍ୟ କରିଥିଲେ।

ବକ୍ତାମାନେ ବିଶେଷକରି ଡ଼ିଜାବଲ କମିଶନର ବ୍ରତାତି ହରିଚନ୍ଦନ, ଆଇଏଏସ୍ ଏବଂ ନିୟତି ପଟ୍ଟନାୟକ, (ଓ.ଏ.ଏସ) ନିର୍ଦ୍ଦେଶକ ଏସ.ଏସ.ଇ.ପି.ଡ଼ି ଅନ୍ତର୍ଭୁକ୍ତ ନୀତି ଏବଂ ପ୍ରଥାଗୁଡ଼ିକର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଭିନ୍ନକ୍ଷମମାନଙ୍କ ପାଇଁ ସମାନ ସୁଯୋଗ ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଭିନ୍ନକ୍ଷମଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସଂଗଠନର ଜାରି ରହିଥିବା ପ୍ରତିବଦ୍ଧତା ପାଇଁ ଶାନ୍ତା ମେମୋରିଆଲ୍ ରିହାବିଲେଟେସନ ସେଣ୍ଟର (SMRC)ର ୩୯ ବର୍ଷର ଉତ୍ସର୍ଗୀକୃତ ସେବା ଏବଂ ଅଶୋକ ମେମୋରିଆଲ୍ ଲେକ୍ଚର ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

Comments are closed.