Latest Odisha News

BREAKING NEWS

ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏହା ମିଶେଇକି ପିଅନ୍ତୁ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର: ଶୀତଦିନେ ଥଣ୍ଡାକୁ ଏଡାଇବା ପାଇଁ ଶରୀରକୁ ଗରମ ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ |ତେବେ ଆପଣ ରାତିରେ ଶୋଇବା ପୂର୍ବରୁ କିଛି ବିଶେଷ ଜିନିଷ ମିଶେଇକି କ୍ଷୀର ପିଅନ୍ତି, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିବ ନାହିଁ ବରଂ ଥଣ୍ଡା କାରଣରୁ ହେଉଥିବା ରୋଗରୁ ମଧ୍ୟ ରକ୍ଷା କରିବ |

ଆୟୁର୍ବେଦରେ କ୍ଷୀରକୁ ପୁଷ୍ଟିକର ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢଉଥିବା ଖାଦ୍ୟ ଭାବେ ବିବେଚନା କରାଯାଏ | କିଛି ବିଶେଷ ଜିନିଷ ମିଶାଇ ଏହାକୁ ପିଇବା ଦ୍ୱାରା ଏହାର ପୋଷକତତ୍ତ୍ବ ବି ବଢିଥାଏ।

ତେବେ ଆସନ୍ତୁ ଜାଣିବା କ୍ଷୀରରେ କ’ଣ ମିଶେଇକି ପିଇବା ଲାଭଦାୟକ..

ହଳଦୀ: ହଳଦୀରେ ଉପସ୍ଥିତ କର୍କୁମିନ୍ ହେଉଛି ଏକ ଉପାଦାନ ଯାହା ଜୀବାଣୁ ସହିତ ଲଢିଥାଏ | କ୍ଷୀରରେ ମିଶେଇ ହଳଦୀ ପିଇବା ଦ୍ୱାରା ଗଳା ଯନ୍ତ୍ରଣା, ଥଣ୍ଡା ଏବଂ ଶରୀର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ | ଏହା ଆମର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ |

ମହୁ: ମହୁ ଏବଂ କ୍ଷୀରର ମିଶ୍ରଣ ଗଳାକୁ ଆରାମ ଦେଇଥାଏ, କାଶକୁ ହ୍ରାସ କରିଥାଏ ଏବଂ ଭଲ ନିଦରେ ସାହାଯ୍ୟ କରିଥାଏ | ମହୁରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶୀତଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ |

ଅଦା: ଅଦା ପାଚନକ୍ରିୟାକୁ ଉନ୍ନତ କରିଥାଏ ଏବଂ ଶରୀରକୁ ଗରମ କରିବାରେ ସାହାଯ୍ୟ କରିଥାଏ | କ୍ଷୀରରେ ଅଦା ପିଇବା ଦ୍ୱାରା ଥଣ୍ଡା ଏବଂ କାଶର ଲକ୍ଷଣରୁ ମୁକ୍ତି ମିଳିଥାଏ |

କେଶର: କେଶର କେବଳ କ୍ଷୀରରେ ସ୍ୱାଦ ଏବଂ ସୁଗନ୍ଧ ଯୋଗାଏ ନାହିଁ, ବରଂ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ ଏବଂ ଶରୀରକୁ ଶୀତରୁ ରକ୍ଷା କରିଥାଏ | କେଶର କ୍ଷୀର ମଧ୍ୟ ତ୍ବଚାରେ ଚମକ ଆଣିଥାଏ ।

ବାଦାମ ପାଉଡର: ବାଦାମରେ ଭିଟାମିନ୍ ଇ ଏବଂ ପ୍ରୋଟିନ୍ ଭରପୂର ଅଟେ, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ | ଶୀତଦିନେ କ୍ଷୀର ସହ ବାଦାମ ପାଉଡର ପିଇବା ଦ୍ବାରା ମାଂସପେଶୀକୁ ମଜବୁତ କରାଇଥାଏ ଏବଂ ଶରୀରକୁ ଶକ୍ତି ପ୍ରଦାନ କରିଥାଏ |

ଡାଲଚିନି: ଜୀବାଣୁ ଏବଂ ଭୂତାଣୁର ମୁକାବିଲା କରିବାରେ ଡାଲଚିନି ଅତ୍ୟନ୍ତ ପ୍ରଭାବଶାଳୀ | ଏହାକୁ କ୍ଷୀର ସହିତ ମିଶେଇ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ଏବଂ ଶରୀରକୁ ଗରମ ରଖେ |

ଅଶ୍ୱଗନ୍ଧା: ଏହା ମାନସିକ ଚାପକୁ ହ୍ରାସ କରେ,ସୁନିଦ୍ରା ଦିଏ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରରେ | ଶୀତଦିନେ ଏହା ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ସହିତ ଲଢିବା ପାଇଁ ଶକ୍ତି ମିଳିଥାଏ |

ଏଥିପାଇଁ ଏକ ଗ୍ଲାସ ଗରମ କ୍ଷୀର ନିଅନ୍ତୁ | ଉପରୋକ୍ତ ଉପାଦାନଗୁଡିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ମିଶ୍ରଣ କରନ୍ତୁ ଏବଂ ଶୋଇବାର ଅଧଘଣ୍ଟା ପୂର୍ବରୁ ପିଅନ୍ତୁ |

Leave A Reply

Your email address will not be published.