Latest Odisha News

କ୍ରିକେଟର ରିଙ୍କୁ ସିଂଙ୍କୁ ୬ ଥର କାମୁଡିଛି ମାଙ୍କଡ

ମୁମ୍ବାଇ: ଫତେପୁରର ବିକାଶ ଦୁବେଙ୍କ ଘଟଣା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ବିକାଶ କହିଛନ୍ତି ଯେ, ୪୦ ଦିନ ମଧ୍ୟରେ ତାଙ୍କୁ ୭ ଥର ସାପ କାମୁଡିଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ସହ ଏ ଭଳି ଘଟଣା ଘଟିଛି ବୋଲି ସେ କହିଛନ୍ତି । ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ କହିଛନ୍ତି ଯେ, ତାଙ୍କୁ ମାଙ୍କଡ ୬ ଥର କାମୁଡି ସାରିଛି । ସବୁଠାରୁ ମଜା କଥା ଗୋଟିଏ ମାଙ୍କଡ ତାଙ୍କୁ ୬ ଥର କାମୁଡିଛି । ଅବଶ୍ୟ କଣ ପାଇଁ ମାଙ୍କଡଟି ବାରମ୍ବାର କାମୁଡିଛି ସେ ସମ୍ପର୍କରେ ରିଙ୍କୁ କିଛି କହି ନ ଥିଲେ । କେବଳ ହସି କରି କହିଥିଲେ ମାଙ୍କଡକୁ ବୋଧେ ମୁଁ ପସନ୍ଦ ଆସି ଯାଇଛି ।

ଆଇପିଏଲ ୨୦୨୪ ଅବସରରେ କୋଲକାତା ନାଇଟ ରାଇଡର୍ସର ଏହି ବ୍ୟାଟ୍ସମ୍ୟାନ ଏକ ସାକ୍ଷାତକାରରେ ଏହା କହିଥିଲେ । ତାଙ୍କର ଏହି ସାକ୍ଷାତକାର ଏବେ ଭାଇରାଲ ହେବାରେ ଲାଗିଛି । ରିଙ୍କୁ ସିଂ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତୀୟ ଦଳର ସଦସ୍ୟ ଥିଲେ । ଶ୍ରୀଲଙ୍କା ଗସ୍ତରେ ତାଙ୍କ ପୂନର୍ବାର ଦଳରେ ସାମିଲ କରାଯିବା ସମ୍ଭାବନା ରହିଛି ।

Comments are closed.