Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ରିଙ୍କୁ ସିଂ

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂଙ୍କ ଦେହାନ୍ତ ହାଇଯାଇଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗ ନେଇ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆଙ୍କ ସମେତ ସାଥୀ ଖେଳାଳି ଓ ଅନ୍ୟମାନେ ଶୋକ ବ୍ୟକ୍ତ କରିଛନ୍ତି । ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ରିଙ୍କୁ ଖବର ପାଇବା ପରେ ଘରକୁ ପଳାଇ ଆସିଥିଲେ । ସେ ଏହି ମ୍ୟାଚରେ ଖେଳି ନ ଥିଲେ । ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ସେ ଏହି ମ୍ୟାଚ ପାଇଁ କୋଲକାତା ଯାଉ ନାହାନ୍ତି ବୋଲି ସାଇକିଆ କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ରିଙ୍କୁ ବୟାନ ଆସି ନାହିଁ ।

ସେ ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଚେନ୍ନାଇରୁ ଗ୍ରେଟର ନୋଏଡା ପଂହଚିଛନ୍ତି । ସୁପର ଏଇଟ ପର୍ଯ୍ୟାୟରେ ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେକୁ ବୃହତ ବ୍ୟବଧାନରେ ହରାଇ ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଭାରତ ତାର ଶେଷ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏଥିରେ ବିଜୟ ହାସଲ କଲେ ଦଳ ସେମିକୁ ଉନ୍ନୀତ ହେବ । ଯଦି ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଯାଏ ତେବେ ୱେଷ୍ଟଇଣ୍ଡିଜ ସେମିରେ ପ୍ରବେଶ କରିବ ।

Leave A Reply

Your email address will not be published.