Latest Odisha News

BREAKING NEWS

ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ରିଙ୍କୁ ସିଂ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ମଙ୍ଗଳବାର ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଘରକୁ ଫେରିଛନ୍ତି । ତାଙ୍କ ପିତା ଖାନଚାନ୍ଦ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିବାରୁ ସେ ସ୍ୱଦେଶ ଫେରି ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହା ବିସିସିଆଇ କିମ୍ବା ରିଙ୍କୁଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନି । ଚେପକରେ ସେ ଅଭ୍ୟାସ ସେଶନରେ ମଧ୍ୟ ଅଂଶଗ୍ରହଣ କରି ନ ଥିଲେ । ଜିମ୍ବାୱେ ବିପକ୍ଷ ମ୍ୟାଚରେ ତାଙ୍କ ଖେଳିବା ନେଇ ଏବେ ବି ସଂଶୟ ରହିଛି । ଗୁରୁବାର ଭାରତ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ ଖେଳାଯିବ ।

ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ ହୋଇ ପଡିଛି । ସୁପର ଏଥଟର ଶେଷ ଲିଗରେ ୱେଷ୍ଟଇଣ୍ଡିଜକୁ ଭେଟିବ ଟିମ ଇଣ୍ଡିଆ । ଚଳିତ ବିଶ୍ୱକପରେ ରିଙ୍କୁ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ପାକିସ୍ତାନ ବିପକ୍ଷରେ ସେ ୧୧, ନାମ୍ବିଆ ଓ ଆମେରିକା ବିପକ୍ଷରେ ଯଥାକ୍ରମେ ୧ ଓ ୬ ରନ କରିଥିଲେ । ସୁପର ଏଇଟରେ ମଧ୍ୟ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖାତା ଖୋଲି ପାରି ନ ଥିଲେ ।

Leave A Reply

Your email address will not be published.