ୱାଂଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଏବେ ସାରା ବିଶ୍ୱକୁ ବ୍ୟାପୀବାରେ ଲାଗିଛି । ବିକ୍ଷୋଭକାରୀମାନେ ଦାସପ୍ରଥା, ଗୋଲାମଗିରି ଓ ବର୍ଣ୍ଣବୈଷମ୍ୟ ବିବାଦ ସୃଷ୍ଟି କରିଥିବା ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତିକୁ ଏଥିନେଇ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ବତର୍ମାନ ସୁଦ୍ଧା ୪୫ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଇସାରିଛି । ବିକ୍ଷୋଭକାରୀମାନେ ଏ ଭଳି ୬୦ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।
ଆମେରିକା ଓ ବ୍ରିଟେନରେ ଇତି ମଧ୍ୟରେ କ୍ରିଷ୍ଟୋଫର କଲମ୍ବସ ଓ ରାଣୀ ଭିକ୍ଟୋରିଆଙ୍କ ମୂର୍ତ୍ତି ଭଙ୍ଗା ଯାଇସାରିଛି । କଲମ୍ବସ ଆମେରିକାବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିବା ବେଳେ ଭିକ୍ଟୋରିଆ ଉପନିବେଶବାଦକୁ ପ୍ରୋତ୍ସାହିତ କରିଥିଲେ । ଏମାନଙ୍କ ମୂର୍ତ୍ତି ସମ୍ମାନ ପାଇବା ଯୋଗ୍ୟ ନୁହେଁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି । ସ୍ଥାନୀୟ ସରକାର କେତେକ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ନିଜ ଆଡୁ କାଢ଼ିଦେବା ଆରମ୍ଭ କରିଛି ।
BREAKING NEWS
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
Comments are closed.