Latest Odisha News

BREAKING NEWS

ଲକ୍ଷ୍ନୌ ରିଲିଜ କରିବା ଖବର ନେଇ ରାଗିଗଲେ ପନ୍ତ

ଲକ୍ଷ୍ନୌ: ଏଥର ଆଇପିଏଲ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟିରେ କ୍ରୟ କରିଥିଲା । ତେବେ ୨୦୨୫ ଆଇପିଏଲରେ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତ କେବଳ ଗୋଟିଏ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି । ଏହା ପରେ ଆଗାମୀ ଆଇପିଏଲରେ ଲକ୍ଷ୍ନୌ ପନ୍ତଙ୍କୁ ରିଲିଜ କରିବା ପାଇଁ ଯୋଜନା କରୁଛି ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି ଖବର ନେଇ ପନ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ବିରକ୍ତ ହୋଇ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଖବର । ଲକ୍ଷ୍ନୌ ପନ୍ତଙ୍କ ନେତୃତ୍ୱ ଓ ପ୍ରଦର୍ଶନ ନେଇ ଅସନ୍ତୁଷ୍ଟ ରହିଛି ।

ଟିମ ମ୍ୟାନେଜମେଂଟ ମଧ୍ୟ ୨୭ କୋଟି ବହୁତ ବଡ ଅର୍ଥ ବୋଲି ମାନିଛି । ତେବେ ପନ୍ତଙ୍କୁ ରିଲିଜ କରାଯିବା ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଆପଣମାନେ ଖବର ପରିବେଷଣ କଲା ବେଳେ ଏହାର ସତ୍ୟତା ଉପରେ ଧ୍ୟାନ ଦେବା ଉଚିତ ବୋଲି ପନ୍ତ କହିଛନ୍ତି । ପନ୍ତ ୧୨ଟି ମ୍ୟାଚରେ ୧୨.୨୭ ଆଭରେଜରେ ୧୩୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ଲକ୍ଷ୍ନୌ ମଧ୍ୟ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ସଦସ୍ୟ ଥିବା ପନ୍ତଙ୍କୁ ଲକ୍ଷ୍ନୌ ନିଜ ଟିମରେ ମୋଟା ଅଙ୍କର ଅର୍ଥ ଦେଇ ସାମିଲ କରିଥିଲା ।

Comments are closed.