ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କର ଆଜି ହେଉଛି ଜନ୍ମଦିନ । ଋଷଭ ଆଜି ତାଙ୍କର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିଲାଗି ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଜନ୍ମଦିନ ପୂର୍ବରୁ ସେ ବଦ୍ରିନାଥ ଏବଂ କେଦାରନାଥ ଯାଇ ଦର୍ଶନ କରିଛନ୍ତି । ଗତ କିଛି ଦିନ ତଳେ ଋଷଭ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଅବସ୍ଥାରେ ରହିଥିଲେ । ମାତ୍ର ଏବେ ସେ ସୁସ୍ଥ ରହିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଅତ୍ୟନ୍ତ ଉତ୍ସାହିତ ରହିଥିଲେ ।
ଗତକାଲି ସେ ରୁଦ୍ର ପ୍ରୟାଗରେ ପହଞ୍ଚି କେଦାରନାଥ ଯାଇ ବଦ୍ରି ବିଶାଲଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଅନେକ ଫ୍ୟାନ୍ସଙ୍କ ସହ ଫଟୋ ଉଠାଉଥିବାର ନଜର ଆସିଥିଲେ ଋଷଭ । ଏହାପରେ ସେ ହେଲିକପ୍ଟର ଯୋଗେ କେଦାରନାଥ ଧାମରେ ପହଞ୍ଚିଥିଲେ । ସେଠାରେ ପୁରୋହିତ ମାନେ ତାଙ୍କୁ ସ୍ବାଗତ କରିଥିଲେ । ଋଷଭଙ୍କୁ ସେଠାରେ ବଦ୍ରି ବିଶାଲଙ୍କ ପ୍ରସାଦ ଏବଂ ତୁଳସୀ ମାଳ ପ୍ରଦାନ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ଋଷଭ ଙ୍କ ଅଟୋଗ୍ରାଫ୍ ନେଉଥିବା ମଧ୍ୟ ନଜର ଆସିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Comments are closed.