Latest Odisha News

BREAKING NEWS

ପ୍ରଶଂସକଙ୍କୁ କ୍ଷମା ମାଗିଲେ ରିଷଭ ପନ୍ତ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଖରାପ ପ୍ରଦର୍ଶନ ନେଇ ଅଧିନାୟକ ରିଷଭ ପନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଆମେ ଦୁଇ ସପ୍ତାହ ହେବ ଭଲ କ୍ରିକେଟ ଖେଳି ନାହିୁଁ । ଏହା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ କଷ୍ଟ ଦେଇଛୁ । ଖୁବ ଶୀଘ୍ର ଆମେ ସଫଳତାର ସହ ପ୍ରତ୍ୟାବର୍ତନ କରିବୁ ବୋଲି ପନ୍ତ କହିଛନ୍ତି । ଭାରତ ଏହି ସିରିଜର ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲା । ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ରେକର୍ଡ ୪୦୮ ରନରେ ହାରିଥିଲା ।

ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ଆମ ପାଇଁ ଗର୍ବର ବିଷୟ । ଦଳରେ ଦକ୍ଷତା ସମ୍ପନ୍ନ ଖେଳାଳି ଅଛନ୍ତି । ଆମେ ଜାଣିଛୁ କିଭଳି ପ୍ରଦର୍ଶନ କରିପାରିବୁ ବୋଲି ସେ କହିଛନ୍ତି । ପ୍ରଥମ ଟେଷ୍ଟରେ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇ ମ୍ୟାଚରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ପନ୍ତଙ୍କୁ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ପନ୍ତ ଓଭରାଲ ୪ଟି ଇନିଂସରେ ୧୨.୨୫ ଆଭରେଜରେ ୪୯ ରନ କରିଥିଲେ । ତାଙ୍କ ବିଫଳତା ଦଳର ପ୍ରଦର୍ଶନକୁ ବିଶେଷ ଭାବେ ପ୍ରଭାବିତ କରିଥିଲା ।

Comments are closed.