ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ ବଂଚାଇବାକୁ ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ସୁଧାରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗିଲ ବ୍ୟାଟିଂ କରୁଥିବା ବେଳେ ବେକରେ ଆଘାତ ପାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନ ଥିଲେ ।
ସେଠାରେ ସେ ସୁସ୍ଥ ହେବା ପରେ ଦ୍ୱିତୀୟ ଟେଷ୍ଟରେ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ଗିଲଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାଈ ସୁଦର୍ଶକ କିମ୍ବା ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ଘରୋଇ ପରିବେଶରେ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆକୁ ସମାଲୋଚିତ ହେବାକୁ ପଡୁଛି । ପନ୍ତଙ୍କ ନେତୃତ୍ୱରେ ଦଳ କିପରି ପ୍ରଦର୍ଶନ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
Comments are closed.