ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍ ପତନ ଘଟିଥିଲା। ଜାଡେଜା ୪୦ ବଲ୍ରେ ୨୦ ରନ୍ କରିବା ପରେଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ ବଡ ଆଉଟ୍ ହୋଇଥିଲେ। ଜୋଫ୍ରା ଆର୍ଚର ତାଙ୍କୁ ଆଉଟ୍ କରିଥିଲେ। ଶାର୍ଦ୍ଦୁଳ ଠାକୁର ୮୮ ବଲ୍ରେ ୪୧ ରନ୍ କରିବା ପରେ ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।
ୱିକେଟ୍ କିପର ରିଷଭ ପନ୍ତ ପ୍ରଥମ ଦିନରେ ୩୭ ରନ୍ର ବ୍ୟକ୍ତିଗତ ସ୍କୋରରେ ରିଟାୟାର୍ଡ ହର୍ଟ ହୋଇଥିଲେ କିନ୍ତୁ ଆଘାତ ସତ୍ତ୍ୱେ ସେ ଦ୍ୱିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିଲେ। ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ତିନୋଟି ୱିକେଟ୍ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ରିଷଭ ପନ୍ତଙ୍କ ପାଦର ଆଙ୍ଗୁଠିରେ ଆଘାତ ଲାଗିବାରୁ ଫ୍ରାକ୍ଚର ହୋଇଥିଲା। ସେ ଅତି କମରେ ୬ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ ବୋଲି ଚର୍ଚ୍ଚା ହୋଇଥିଲା।
ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଯେତେବେଳେ ରିଷଭ ପନ୍ତ ୩୭ରନର ବ୍ୟକ୍ତିଗତ ସ୍କୋରରେ ବ୍ୟାଟିଂ କରୁଥିଲେ, ସେ କ୍ରିସ୍ ୱକ୍ସଙ୍କ ବଲକୁ ରିଭର୍ସ ସ୍ୱିପ୍ କରିବାରେ ବିଫଳ ହୋଇଥିଲେ। ବଲ ତାଙ୍କ ଡାହାଣ ପାଦର ଆଙ୍ଗୁଠି ପାଖରେ ବାଜିଥିଲା। ସେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ। ପରେ ତାଙ୍କ ପାଦରୁ ରକ୍ତ ବାହାରିବା ସହ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଏପରି ପରିସ୍ଥିତିରେ ରିଷଭ ପନ୍ତଙ୍କୁ ପଡ଼ିଆରୁ ବାହାରକୁ ନିଆଯାଇଥିଲା। ଖେଳ ଶେଷ ହେବା ପରେ ସେ ସ୍କାନ ପାଇଁ ଯାଇଥିଲେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଆଘାତରୁ ସୁସ୍ଥ ହେବା ପାଇଁ ତାଙ୍କୁ ପ୍ରାୟ ଦୁଇ ମାସ ସମୟ ଲାଗିବ। ହେଲେ ଆହତ ସତ୍ବେ ସେ ମଇଦାନକୁ ଓହ୍ଲାଇଛନ୍ତି।
Comments are closed.