ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୪ରୁ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଆଘାତପ୍ରାପ୍ତ ଷ୍ଟାର ଖେଳାଳି ରିଷଭ ପନ୍ତ ଏହି ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଇଏସପିଏନକ୍ରିକଇନଫୋ ରିପୋର୍ଟ ଅନୁସାରେ ଏହି ସିରିଜ ପାଇଁ ଚୟନ କମିଟି ପ୍ରାୟତଃ ଦଳ ବାଛି ସାରିଛନ୍ତି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ପନ୍ତ ଖେଳିପାରି ନ ଥିଲେ । ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ।
ନିକଟରେ ଇଣ୍ଡିଆ ଏ ପକ୍ଷରୁ ଖେଳି ସେ ଫର୍ମ ଓ ଫିଟନେସର ପ୍ରମାଣ ଦେଇଛନ୍ତି । ପନ୍ତଙ୍କ ସ୍ଥାନରେ ଏଦ.ଜଗଦୀଶନଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । ଜଗଦୀଶନ ଏବେ ବି ଆନ୍ତର୍ଜାତୀୟ ପଦାର୍ପଣ ଆଶାରେ ରହିଛନ୍ତି । ସେ ଏବେ ରଣଜୀ ଟ୍ରଫିରେ ଖେଳୁଛନ୍ତି । ପନ୍ତ ଜଣେ ଭଲ ଖେଳାଳି । ସେ ଆନ୍ତର୍ଜାତୀୟସ୍ତରରେ ତାଙ୍କ ଦକ୍ଷତା ପ୍ରମାଣ କରିପାରିଛନ୍ତି । ତେବେ ବାରମ୍ବାର ଆଘାତ ସମସ୍ୟା ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରୁଛି ।
Comments are closed.