ଲକ୍ଷ୍ନୌ: ମେଗା ନିଲାମରେ ଆଇପିଏଲର ଦାମୀ ଖେଳାଳି ସାଜିଥିବା ରିଷଭ ପନ୍ତ ୭ ବର୍ଷ ପରେ ଶତକ ମାରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପକ୍ଷରୁ ଖେଳୁଥିବା ପନ୍ତ ୨୦୨୫ ସଂସ୍କରଣର ଶେଷ ଲିଗ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ଏହି ଶତକ ମାରିଥିଲେ । ପନ୍ତ ୬୧ ବଲରେ ୧୧୮ ରନ କରି ଅପରାଜିତ ରହିଥିଲେ । ସେ ୫୪ ବଲରେ ଶତକ ମାରିଥିଲେ । ସେ ତାଙ୍କ ଇନିଂସରେ ୧୧ ଚୌକା ଓ ୮ ଛକା ମାରିଥିଲେ । ୨୦୧୮ରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଅବସ୍ଥାରେ ଶତକ ମାରିଥିଲେ । ପନ୍ତ ଓ ମିଚେଲ ମାର୍ଶ ଦ୍ୱିତୀୟ ୱିକେଟରେ ୧୫୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।
ଆରସିବି ପକ୍ଷରୁ ଭୁବନେଶ୍ୱର, ନୁୱାନ ଥିଷରା ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଲକ୍ଷ୍ନୌ ପୂର୍ବରୁ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି । ଆରସିବି ଏହି ମ୍ୟାଚ ଜିତି କ୍ଲାଲିଫାୟର ଖେଳିବା ପାଇଁ ଚାହିଁବ । ଆରସିବି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.