Latest Odisha News

BREAKING NEWS

ସନ୍ଧ୍ୟାରେ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ରିଷିଙ୍କ ଅପିଲ

ମୁମ୍ବାଇ: କରୋନା ଭାଇରସର ଭୟାବହତାକୁ ଦେଖି ଚାରିଆଡେ ଜାରି ରହିଛି ଲକ ଡାଉନ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଲେ ଆଉ ସବୁ କିଛି ବନ୍ଦ ରହିଛି । ଏଭଳି ସ୍ଥିତିରେ ସନ୍ଧ୍ୟାରେ ମଦ ଦୋକାନ ଖୋଲା ରଖିବା ପାଇଁ ସରକାରଙ୍କୁ ଭେଟେରାନ ଅଭିନେତା ରିଷି କପୁର ଅପିଲ କରିଛନ୍ତି ।

ସେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲ ଟ୍ୱିଟ କରି ଲେଖିଛନ୍ତି ଯେ, ମୋର ସରକାରଙ୍କୁ ଅନୁରୋଧ, ତାଲା ବନ୍ଦ ସମୟରେ ସନ୍ଧ୍ୟାରେ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ । ଲୋକେ ଘରେ ବସି ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି । ଏଭଳି ସ୍ଥିତି ଯଦି ମଦ ଦୋକାନ ଖୋଲା ରହିବ ତେବେ ତାହା ଦୂର ହେବ ବୋଲି ସେ କହିଛନ୍ତି ।
ଏଥିସହ ସେ ଆହୁରି କହିଛନ୍ତି ଯେ, ଡାକ୍ତର, ପୋଲିସ ଏହି ସମୟରେ ରିଲାକ୍ସ ହେବା ଦରକାର । ଏମିତିରେ ବି ମଦ ବ୍ଲାକରେ ବିକ୍ରି କରାଯାଉଛି । ତେବେ ସରକାରଙ୍କ ଅନୁମତିରେ ଯଦି ମଦ ଦୋକାନ ଖୋଲାଯାଏ ତେବେ ଭଲ ହେବ ବୋଲି ସେ କହିଛନ୍ତି ।
ତେବେ ରିଷି କପୁରଙ୍କ ଏଭଳି ଟ୍ୱିଟ୍ କରୁ ଅନେକ ନିନ୍ଦା କରିଛନ୍ତି । ମଦ ଦୋକାନ ଖୋଲିଲେ ସେଠାରେ ଲୋକଙ୍କ ଗହଳି ହେବ । ଏହାଦ୍ୱାରା କରୋନା ସଂକ୍ରମିତ ଦ୍ୱିଗୁଣ ହୋଇପାରେ ବୋଲି ତାଙ୍କ ଫ୍ୟାନମାନେ କହିଛନ୍ତି ।

Leave A Reply

Your email address will not be published.