Latest Odisha News

BREAKING NEWS

ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ ହେବ ରିଷି କାପୁରଙ୍କ ଅନ୍ତିିମ ଫିଲ୍ମ

ମୁମ୍ବାଇ:  ବଲିଉଡର ମହାନ କଳାକାର ଏବେ ନିକଟରେ ପରପାରିକୁ ଚାଲି ଯାଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିଷି କାପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନକୁ ଭିଏଫଏକ୍ସ ଟେକ୍ନୋଲୋଜିରେ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଫିଲ୍ମରେ ଜୁହି ଚାୱାଲାଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଫରହାନ ଅଖତାର ଓ ରିତେଶ ସିଧୱାନି ପ୍ରଯୋଜିତ ଏବଂ ହିତେଶ ଭାଟିୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଅଧିକାଂଶ ଶୁଟିଂ ଶେଷ ହୋଇ ଯାଇଥିଲା । ବାକି ଥିବା ଶୁଟିଂରେ ରିଷିଙ୍କ ଦୃଶ୍ୟଗୁଡିକ ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।

Comments are closed.