ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଦୈାଡ଼ ପାଇଁ ପଉି ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ପାଇଁ ନିଜେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି କଂଜରଭେଟିଭ ପାର୍ଟିର ଋଷି ସୁନକ । ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କରିବା ବେଳେ ସେ ଦେଶର ଅର୍ଥନୀତିକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ୟୁନାଇଟେଡ ଏକ ମହାନ ଦେଶ । କିନ୍ତୁ ଏବେ ଚିନ୍ତାଜନକ ଅବସ୍ଥାରେ ଅର୍ଥନୀତି ପହଁଚିଥିବା ସେ କହିଛନ୍ତି । ଦେଶର ଆର୍ଥିକ ଅବସ୍ଥା ସୁଧାରିବାକୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି । ଅର୍ଥନୀତିକୁ ସ୍ଥିରତାରେ ରଖିବା ଏବଂ ଦଳକୁ ଏକତା ସୂତ୍ରରେ ବାନ୍ଧିବା ତାଙ୍କର ପ୍ରଥମ କାମ ହେବ ବୋଲି ସେ ଟୁଇଟ କରିଛନ୍ତି ।
The United Kingdom is a great country but we face a profound economic crisis.
That’s why I am standing to be Leader of the Conservative Party and your next Prime Minister.
I want to fix our economy, unite our Party and deliver for our country. pic.twitter.com/BppG9CytAK
— Rishi Sunak (@RishiSunak) October 23, 2022
ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତିକୁ ସଜାଡ଼ିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ପୁଣି ବୋରିଶ ଜନସନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚା ହେଉଛି ।
ତେବେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଆଉ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇଯିବ । ଏପର୍ଯ୍ୟନ୍ତ ସୁନକଙ୍କୁ 128 ସାଂସଦଙ୍କ ସମର୍ଥନ ମିଳିଛି । 100 ସାଂସଦଙ୍କ ସମର୍ଥନ ମିଳିଲେ ଜଣା ପ୍ରାର୍ଥୀ ହୋଇପାରିବେ ।
Comments are closed.