ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ ଇସ୍ତଫା ପରେ କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। ପ୍ରଥମ ରାଉଣ୍ଡ ଭୋଟରେ ସେ ଆଗରେ ଅଛନ୍ତି ।
BREAKING: Rishi Sunak wins the first round of the Conservative leadership race, with Nadhim Zahawi and Jeremy Hunt eliminated, 1922 Committee chairman Graham Brady announces
More: https://t.co/3EPRZgDQJ9 pic.twitter.com/J24gjs4cZB
— Bloomberg UK (@BloombergUK) July 13, 2022
ଋଷି ସୁନକ ହିଁ ଗତ ସପ୍ତାହରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣାରେ ପ୍ରମୁଖ ଭୂମିକା ନେଇଥିଲେ । ଋଷି ଇସ୍ତଫା ଦେବା ପରେ ଅନ୍ୟମନ୍ତ୍ରୀମାନେ ମଧ୍ୟ ଜଣଙ୍କ ପରେ ଜଣେ ଇସ୍ତଫା ଦେଇଥିଲେ ।
ବୁଧବାର କଞ୍ଜରଭେଟିଭ ସାଂସଦଙ୍କ ପ୍ରଥମ ମତଦାନରେ, 88 ସାଂସଦଙ୍କ ଭୋଟ ପାଇ ପ୍ରଥମ ରାଉଣ୍ଡ ଭୋଟରେ ଆଗରେ ଅଛନ୍ତି । ପୂର୍ବତନ ବାଣିଜ୍ୟ ମନ୍ତ୍ରୀ 67 ଟି ଭୋଟ ପାଇଥିବା ବେଳେ ପୂର୍ବତନ ବିଦେଶ ମନ୍ତ୍ରୀଙ୍କୁ 50 ସାଂସଦଙ୍କ ସମର୍ଥନ ମିଳିଛି ।
Six candidates remain in the running to be the next UK prime minister:
Rishi Sunak (88 votes)
Penny Mordaunt (67)
Liz Truss (50)
Kemi Badenoch (40)
Tom Tugendhat (37)
Suella Braverman (32)More: https://t.co/3EPRZgDQJ9 pic.twitter.com/WezO7x6N1N
— Bloomberg UK (@BloombergUK) July 13, 2022
ଏପରିକି କିଛି ପ୍ରାର୍ଥୀ ରେସରୁ ବାହାରି ଯାଇଛନ୍ତି । ଏବେ 6 ଜଣ ପ୍ରାର୍ଥୀ ପରବର୍ତ୍ତି ଭୋଟ ପାଇଁ ରହିଛନ୍ତି । ଦଳର ନେତୃତ୍ବ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁଏବେ ଋଷି ସମସ୍ତଙ୍କଠାରୁ ଆଗରେ ଅଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଙ୍କ ନାମ ସେପ୍ଟେମ୍ବର ୫ରେ ଘୋଷଣା କରାଯିବ।
Comments are closed.