Latest Odisha News

ଦ୍ଵିତୀୟଥର ପାଇଁ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା ସାହୁ

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଟାର୍ଗେଟରେ ରହିଥିବା ବିଜେପୁରର ନବ ବିଧାୟିକା ରୀତା ସାହୁ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ରୀତା ସାହୁଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଶପଥ ପାଠ କରାଇଛନ୍ତି।

ସୂଚନାଯୋଗ୍ୟ, ବିଧାୟିକା ଭାବେ ଦ୍ଵିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ରୀତା । କଂଗ୍ରେସର ଗଡ଼ ବୋଲାଉଥିବା ବିଜେପୁରର ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁ ୨୦୧୮ ମସିହାରେ ବିଜେଡିରୁ ନିର୍ବାଚନ ଲଢି ଜିତିଥିଲେ।

ଏହାପରେ ଚଳିତବର୍ଷ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଆସନ ସମେତ ଏହି ଆସନରୁ ମଧ୍ୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ନବୀନ ବିଜେପୁର ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଭୋଟ ସଂଗ୍ରହ କରିବାରେ ନବୀନଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ ରୀତା । ବିଜେଡିର ବରିଷ୍ଠ ନେତ୍ରୀ ରୀତା ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ପ୍ରାୟ ୯୮ ହଜାର ଭୋଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଥିଲେ।

Comments are closed.