Latest Odisha News

ଆଜି ବି ନୀତି ବିଳମ୍ୱ, ମହାପ୍ରସାଦ ବହାରିବାରେ ମଧ୍ୟ ହୋଇପାରେ ବିଳମ୍ୱ

ପୁରୀ: ଆଜି ବି ବିଳମ୍ବରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ବିଳମ୍ବରେ ଅନୁଷ୍ଠିତ ହୋଇଛି। ନୀତି ବିଳମ୍ବ ଯୋଗୁଁ ଦର୍ଶନରେ ବିଳମ୍ବ ଘଟିଛି। ସେଥିପାଇଁ ଭିଡ ମଧ୍ୟ ବଢିଛି। ଏପରିକି ଗୁଣ୍ଡିଚା ମନ୍ଦିର ବାହାରୁ ବଳଗଣ୍ଡି ଛକ ଯାଏଁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ମଧ୍ୟ ବିଳମ୍ବରେ ମହାପ୍ରସାଦ ବାହାରିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ନୀତି ବିଳମ୍ବ ହେତୁ ଅନେକ ମହାପ୍ରସାଦ ନଷ୍ଟ ହୋଇଥିଲା। ଗତକାଲି ସକାଳ ଧୂପ ମଧ୍ୟାହ୍ନ ୧୨ଟା ୪୫ରେ ସମ୍ପନ୍ନ ହୋଇଥିବାବେଳେ ଅପରାହ୍ନ ୩ଟା ପରେ ପ୍ରଥମ ଭୋଗ ମଣ୍ଡପ ଶେଷ ହୋଇଥିଲା । ଫଳରେ ମହାପ୍ରସାଦ ବାହାରିବା ବେଳକୁ ଅପରାହ୍ନ ୪ଟା ବାଜି ଯାଇଥିଲା। ସେହିପରି ମଧ୍ୟାହ୍ନ ଧୂପ ଶେଷ ହେବା ବେଳକୁ ରାତି ୮ଟା ୪୦ ହୋଇଯାଇଥିଲା। ଏବଂ ଦ୍ଵିତୀୟ ଭୋଗ ମଣ୍ଡପ ବାହାରିବା ବେଳକୁ ରାତି ୧୦ଟା ପରେ ବାଜିଥିଲା। ଏଭଳି ହେବାରୁ ବରାଦି ଅବଢା ଆଉ ବିକ୍ରି ହୋଇପାରିନଥିଲା। ଫଳରେ ୮ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଯାଇଥିଲା। ଏନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା।

Comments are closed.