Latest Odisha News

ରାୱଲପିଣ୍ଡି ଟେଷ୍ଟ ଅବସରରେ ରିଜୱାନଙ୍କୁ ହଟେଇଲା ପିସିବି

କରାଚୀ: ମହମ୍ମଦ ରିଜୱାନଙ୍କୁ ପାକିସ୍ତାନ ଦିନିକିଆ କ୍ରିକେଟ ଟିମର ଅଧିନାୟକ ପଦରୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ ବୋଲର ଶାହୀନ ଆଫ୍ରିଦୀଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୦ ମାସ ତଳେ ରିଜୱାନଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ରାୱଲପିଣ୍ଡିରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ଅବସରରେ ରିଜୱାନଙ୍କୁ ପିସିବି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା । ଇସଲାମବାଦରେ ଆୟୋଜିତ ପିସିବି ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆ ଯାଇଥିଲା । କୋଚ ମାଇକ ହେସନ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

ରିଜୱାନଙ୍କ ନେତୃତ୍ୱରେ ଗତ ବର୍ଷ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ ହୋଇଥିଲା । ୨୦୨୫ରେ ପାକିସ୍ତାନ ଟିମର ପ୍ରଦର୍ଶନ ଭଲ ନ ଥିଲା । ଦଳ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ଶାହୀନ ଦ୍ୱିତୀୟ ଥର ପାଇଁ ଦଳର ନେତୃତ୍ୱ ନେବେ । ୨୦୨୪ରେ ତାଙ୍କୁ ଟି୨୦ ଟିମର ଅଧିନାୟକ ନିଯୁକ୍ତ କରାଯାଇଥିଲା । ପାକିସ୍ତାନ ୧-୪ରେ ନ୍ୟୁଜିଲାଣ୍ଡ ନିକଟରୁ ସିରିଜ ହାରିବା ପରେ ତାଙ୍କୁ ଅଧିନାୟକ ପଦରୁ ହଟେଇ ଦିଆ ଯାଇଥିଲା ।

Comments are closed.