Latest Odisha News

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା କାର, ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ପିଟିଲା ହେଲା କାର୍ । ଦୁର୍ଘଟଣାରେ ୨ ମୃତ ଅନ୍ୟ ଦୁଇ ଗୁରୁତର । ଚିକିତ୍ସା ପାଇଁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ ପଶ୍ଚିମବଙ୍ଗ ରୁ ପୁରୀ ଯାଉଥିବା ଏକ କାର୍ ରାଣୀତଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । କାର୍ ରେ ସର୍ବ ମୋଟ 4 ଜଣ ଥିବାବେଳେ, ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ, ଆଉ ଜଣଙ୍କର ପ୍ରାଣହାନୀ ଘଟିଛି ।  ତେବେ ଅନ୍ୟ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନଥିବା ବେଳେ ୨ ଗୁରୁତର ହେଉଛନ୍ତି ଭୁବନେଶ୍ୱରର ଶେଷଦେବ ରଥ ଓ ପରେଶ ସାହୁ ବୋଲି ଜଣାପଡିଛି ।

ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି । ତେବେ ଆଜି ଜଗା ଦର୍ଶନ ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବିଦ୍ୟୁତ୍ ଖୁଣ୍ଟରେ ଅତି ଯୋରରେ ପିଟି ହେବା ଫଳରେ କାର୍ ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Comments are closed.