Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ବସ୍, ୫ ପୁଲିସ କର୍ମଚାରୀ ଆହତ

କେନ୍ଦୁଝର: ଓଲଟିଲା ପୁଲିସ ବସ୍, ୫ କର୍ମଚାରୀ ଆହତ। କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍‌ ବସ୍। ତେଲକୋଇ ବନ୍ଦ ସ୍ଥାନକୁ ଡ୍ୟୁଟିରେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କର ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି। ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ତେଲକୋଇ ଡାକରା ଦିଆଯାଇଛି। ଆଜି ସକାଳେ ପୁଲିସ କର୍ମଚାରମାନେ ବନ୍ଦ ସ୍ଥଳକୁ ବସ୍‌ ଯୋଗେ ଯାଉଥିଲେ।

ଏହି ସମୟରେ କାଞ୍ଜିପାଣି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ପରେ ୫ ଜଣ ପୁଲିସ କର୍ମଚାରୀ ଡ୍ୟୁଟିରେ ଯୋଗ ଦେଇଥିବା ଜଣାଯାଇଛି।

 

Comments are closed.