Latest Odisha News

କଲଭର୍ଟରେ ପିଟି ହେଲା ବାଇକ୍; ୨ ଯୁବକ ମୃତ

କୋରାପୁଟ: କୋରାପୁଟ ଜିଲ୍ଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ କଲଭର୍ଟରେ ପିଟି ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକ ୨ ଜଣ ଯୁବକ ହୋଇଥିବା ବେଳେ ସେମାନଙ୍କ ନାମ ପ୍ରତାପ ସାଗର ଓ ଜିତୁ ଭତ୍ରା ବୋଲି ଜଣାପଡିଛି। ଏହି ୨ ଜଣ ପଞ୍ଚଡ଼ାରୁ ଫେରୁଥିଲେ। ତେବେ ଫେରିବା ବାଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ସେମାନଙ୍କ ବାଇକଟି ରାସ୍ତା କଡ଼ରେ ଥିବା କଲଭର୍ଟରେ ପିଟି ହୋଇ ଯାଇଥିଲେ । ଯାହାଫଳରେ ଦୁହେଁ ଫୋପାଡ଼ି ହୋଇ ପଡ଼ିଥିଲେ ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ, ଅନ୍ୟ ଜଣଙ୍କର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ କାକିରିଗୁମ୍ମା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.