କଟକ:ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ଚୌଦ୍ଵାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଠାରୁ ୯୭ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତ ହେଲା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନେମାଳୋର ବିଶାଳ ମଲ୍ଲିକ । ଗତ ଅକ୍ଟୋବର ୧୮ ତାରିଖରେ ଵୀରୁପା ଵ୍ୟାରେଜ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ ଘଟଣାରେ ସାମିଲ ଥିଲା ।
ସିସି ଟିଭିରୁ ପୋଲିସକୁ ମିଳିଥିଲା ସୁରାକ । ଵିଶାଳକୁ ପଚରାଉଚରା ପରେ ଏହି ଛିନତାଇ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ସୂଚନା ମିଳିଛି । ଏହି ଗ୍ୟାଙ୍ଗର ଆଉ କିଛି ଅପରାଧୀ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି ।