Latest Odisha News

BREAKING NEWS

୪ ଦିନ ପରେ ବି ପତ୍ତା ନାହିଁ: ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ରୋବର୍ଟ

ଖୋର୍ଦ୍ଧା: ରିଲସ୍ ହେଲା କାଳ । ଏହାରି ଭିତରେ ବିତିଗଲଣି ୪ ଦିନ । ହେଲେ ଜଳଦତ୍ସ୍ୟୁ କବଳରୁ ଓମଙ୍କୁ ଫେରାଇ ଆଣିପାରୁନାହିଁ ଓଡ୍ରାପ ଟିମ୍ । ପାଣି ଏତେ ଗଭୀର ଯେ ଏହା ଉଦ୍ଧାରକାରୀ ଟିମଙ୍କ ଆୟତ୍ତ ବାହାରେ । ସେଥିପାଇଁ ଏକ ସ୍ବତନ୍ତ୍ର ରୋବର୍ଟ ପାଣି ଭିତରେ ପଶି ଓମଙ୍କୁ ଖୋଜୁଛି ।

ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡି ନିଖୋଜ ହୋଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ୪ ଦିନ ହେଲାଣି ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ସେପଟେ ଆଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ରାଉଲକେଲା ଏନଆଇଟିର ଏକ ସ୍ବତନ୍ତ୍ର ରୋବର୍ଟ । ଏହାସହିତ ପୂର୍ବ ଭଳି ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଏନଡିଆରଏଫ, ଓଡ୍ରାଫ, ନାଭାଲ ଓ ଏହା ସହିତ ଅଗ୍ନିଶମ ବାହିନୀ ।

ତେବେ କହିରଖୁଛୁ, ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲସ୍ କଲାବେଳେ ଖଣି ପୋଖରୀରେ କସି ପଡିବାରୁ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ସେହିଦିନ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣ ଯୁବକ ଓମ୍‌ଙ୍କର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଏନେଇ ଆଜି ସକାଳେ ୮ ଜଣିଆ ଏନଆଇଟିର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି କରୁଛନ୍ତି।

Comments are closed.