Latest Odisha News

ରକେଟ୍ ବୈଜ୍ଞାନିକ ଏସ୍‌. ସୋମନାଥ ହେବେ ଇସ୍ରୋର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ଅଧ୍ୟକ୍ଷ ଭାବେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର, ଥିରୁବନନ୍ତପୁରମ୍‌ର ନିର୍ଦ୍ଦେଶକ ତଥା ସିନିୟର ରକେଟ୍ ବୈଜ୍ଞାନିକ ଏସ ସୋମନାଥଙ୍କୁ ନିଯୁକ୍ତି ଦିଆଯାଇଛି।

ଇସ୍ରୋ ର ଦଶମ ଚେୟାରମ୍ୟାନ୍ ହେବା ବ୍ୟତୀତ ସେ ମହାକାଶ ବିଭାଗର ସଚିବ ଦାୟିତ୍ବ ମଧ୍ୟ ଗ୍ରହଣ କରିବେ। ସରକାରୀ ଭାବେ ବୁଧବାର ଏହି ସୂଚନା ଦିଆଯାଇଛି। ସୋମନାଥ କେ ଶିବନଙ୍କ ସ୍ଥାନ ଗ୍ରହଣ କରିବେ। କେ ଶିବନଙ୍କ କାର୍ଯ୍ୟକାଳ ଜାନୁଆରୀ ୧୪ ରେ ଶେଷ ହେବ।

ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ନିର୍ଦ୍ଦେଶକ ହେବା ପୂର୍ବରୁ ସେ (ଏଲ୍‌ପିଏସ୍‌ସି) ର ନିର୍ଦ୍ଦେଶକ ଥିଲେ। ସେ ୧୯୮୫ ରେ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟରରେ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.