Latest Odisha News

BREAKING NEWS

ଓସାକାଙ୍କ ପରେ ଫ୍ରେଂଚ ଓପନରୁ ଓହରିଲେ ଫେଡେରର

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରୁ ରବିବାର ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ରୋଜର ଫେଡେରର ଓହରିଛନ୍ତି । ନାଓମି ଓସାକାଙ୍କ ପରେ ସେ ଦ୍ୱିତୀୟ ଷ୍ଟାର ଖେଳାଳି ଭାବେ ଏଥିରୁ ଓହରି ଯାଇଛନ୍ତି । ଶନିବାର ତୃତୀୟ ରାଉଣ୍ଡ ମୁକାବିଲା ପରେ ସେ କ୍ଲାନ୍ତ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ଏହି ମ୍ୟାଚରେ ସେ ଡୋମିନିକ କୋଏଫରଙ୍କୁ ୭-୬(୭-୫), ୬-୭(୩-୭), ୭-୬(୭-୪) ସେଟରେ ପରାଜିତ କରିଥିଲେ । ପାଖାପାଖି ୨ ବର୍ଷ ହେବ ଏହି ସୁଇସ ଷ୍ଟାର ଆଘାତ ସମସ୍ୟାରେ ପଡିଛନ୍ତି ।

ମ୍ୟାଚ ପରେ ଫେଡେରର କହିଥିଲେ ମୁଁ ଆଗକୁ ଖେଳିପାରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ମୋତେ ଶୀଘ୍ର ଏ ନେଇ ନିଷ୍ପତି ନେବାକୁ ପଡିବ । ଆଘାତ ଗୋଡ ଉପରେ ଚାପ ପକାଇ ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଆଗକୁ ୱିମ୍ବେଲଡନ ଟୁର୍ଣ୍ଣାମେଂଟ ଥିବାରୁ ମୋତେ ବିଶ୍ରାମର ଆବଶ୍ୟକତା ରହିଛି ବୋଲି କହିଥିଲେ ।

Leave A Reply

Your email address will not be published.