Latest Odisha News

ୟୁଏସ ଓପନ ଟେନିସ: ମିକ୍ସଡ ଡବଲ୍ସ ସେମିରେ ହାରିଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ଭେଟେରାନ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମିରେ ବୋପାନ୍ନା ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁଜିତ୍ୟାୟାଦି ଆମେରିକାର ଟେଲର ଟାଉନସେଣ୍ଡ ଓ ଡୋନାଲ୍ଡ ୟଙ୍ଗଙ୍କ ନିକଟରୁ ୬-୩ ଓ ୬-୪ରେ ପରାଜିତ ହୋଇଥିଲେ । ଆମେରିକାର ଟେନିସ ଷ୍ଟାର ଷମା ନୱାରୀ ସ୍ପେନର ପାଉଲା ବୋଡେସାଙ୍କୁ ୬-୨, ୭-୫ ସେଟରେ ପରାସ୍ତ କରି ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଗୁରୁବାର ସେ ସେମିରେ ବେଲାରୁଷର ଏରିନା ସବାଲେଙ୍କାଙ୍କୁ ଭେଟିବେ । ସେ ଚୀନର ଝେଙ୍ଗ କିନୱେନଙ୍କୁ ପରାଜିତ କରି ସେମିକୁ ଉନ୍ନୀତ ହୋଇଛନ୍ତି । ପୁରୁଷ ସିଙ୍ଗଲ୍ସରେ ଆଲେକଜାଣ୍ଡର ଜେରେଭଙ୍କୁ ଆମେରିକାର ଟେଲର ଫ୍ରିଟେଜଙ୍କ ନିକଟରୁ ପରାଜିତ ହୋଇ ସେମି ଦୌଡରୁ ବାଦ ପଡିଛନ୍ତି ।

Comments are closed.