Latest Odisha News

ରୋହିଙ୍ଗ୍ୟା ବସ୍ତିରେ ଅଗ୍ନିକାଣ୍ଡ; ୧୨୦୦ ଘର ପାଉଁଶ

ନୂଆଦିଲ୍ଲୀ: ବାଂଲାଦେଶର କକ୍ସ ବଜାରରେ ଥିବା ଏକ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ପ୍ରାୟ ୧୨୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଏଥିରେ କୌଣସି ପ୍ରାଣହାନି ହୋଇନଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ପୋଲିସ୍ ଅଧୀକ୍ଷକ ସେ କହିଛନ୍ତି ଯେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇ ପ୍ରାୟ ୧୨୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଘରକୁ ଜାଳିପୋଡି ପାଉଁଶ କରିଦେଇଛି।

ସୂଚନାନୁସାରେ, ଭୋର ପ୍ରାୟ ୪.୫୦ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଚାରୋଟି ଫାୟାର ବ୍ରିଗେଡ୍ ୟୁନିଟ୍ କକ୍ସର ବଜାରରେ ପହଞ୍ଚିଥିଲେ। ସେଠାକାର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେ ହଠାତ୍ ନିଆଁରେ ଶହ ଶହ ଘର ଜଳୁଥିବାର ଦେଖିବାକୁ ପାଇଥିଲେ।

Leave A Reply

Your email address will not be published.