ବିଶେଷ ଅଧିବେଶନରେ ପୁଣି ଚମକାଇବେ ମୋଦି ! ଜାତିଗତ ଜନଗଣନା ପ୍ରସଙ୍ଗରେ ବିରୋଧୀଙ୍କ ପାଇଁ ସଜାଡୁଛନ୍ତି ବ୍ରହ୍ମାସ୍ତ୍ର
ନୂଆଦିଲ୍ଲୀ: ବିଶେଷ ଅଧିବେଶନରେ ଦେଶର ନାଁ ପରିବର୍ତ୍ତନକୁ ନେଇ ବେଶ ହଙ୍ଗାମା କଲେ ବିରୋଧୀ । ତେବେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ପରେ ଏବେ ବିରୋଧୀ ଚୁପ । ନିଜ ଚୋଟରେ ନିଜେ ହାଲିଆ । ଏହା ଗୁଜବ ଏବଂ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କହିବା ପରେ ନୀରବି ଯାଇଛି ମେଣ୍ଟ ଇଣ୍ଡିଆର ସ୍ୱର ।
ନାମ ପରିବର୍ତ୍ତନ ପ୍ରସ୍ତାବ ସିନା ନାହିଁ ହେଲେ ବିଶେଷ ଅଧିବେଶନରେ ବିଶେଷ ପ୍ରସଙ୍ଗ ଆଣି ଚମକାଇବେ ମୋଦି । ଏମିତି ଆକଳନ କରାଯାଉଛି । କୁହାଯାଉଛି, ଜାତିଗତ ଜନଗଣନା ମିସାଇଲକୁ କାଟ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ବ୍ରହ୍ମାସ୍ତ୍ର ।
ରାଜନୈତିକ ବିଶ୍ଳେଷକମାନଙ୍କ କହିବା ଅନୁଯାୟୀ ସ୍ୱତନ୍ତ୍ର ଅଧିବେଶନରେ ଏନଡିଏ ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ମହିଳା ଆରକ୍ଷଣ, ୟୁସିସି ବିଲ ଆଦି ଆଗତ ହୋଇପାରେ । ତେବେ ଏହି ଚର୍ଚ୍ଚା ମଧ୍ୟରେ ସବୁଠାରୁ ଆଗରେ ରହିଛି ଜାତିଗତ ଜନଗଣନା ପ୍ରସଙ୍ଗ । କୁହାଯାଉଛି, ସରକାର ସଂସଦରେ ଏହି ପ୍ରସଙ୍ଗ ସପକ୍ଷରେ ଜଷ୍ଟିସ ରୋହିଣୀ ଆୟୋଗଙ୍କ ରିପୋର୍ଟ ଉପସ୍ଥାପନ କରି ପାରନ୍ତି । ଏହି ରିପୋର୍ଟ ଆୟୋଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତ ଜୁଲାଇରେ ହସ୍ତାନ୍ତର କରିଥିଲେ ।
କୁହାଯାଉଛି, ଜାତିଗତ ଜନଗଣନାକୁ ନେଇ ସରକାରଙ୍କ ଉପରେ ଚାପ ପଡୁଛି । ବିରୋଧୀଙ୍କୁ କାଟିବା ପରି ସରକାର ବାଟ ପାଉ ନାହାନ୍ତି । ତେଣୁ ଖୁବ ଶୀଘ୍ର ରୋହିଣୀ କମିଶନ ରିପୋର୍ଟ ସଂସଦରେ ଉପସ୍ଥାପନ କରିପାରନ୍ତି ସରକାର । ଏହି ରିପୋର୍ଟକୁ ଦେଖାଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିପାରନ୍ତି ସରକାର ।
Comments are closed.