Latest Odisha News

BREAKING NEWS

ଦିନିକିଆ ସିରିଜ ପାଇଁ ଶ୍ରୀଲଙ୍କାରେ ପଂହଚିଲେ କୋହଲି, ରୋହିତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ ଭାରତ ଘରୋଇ ଦଳ ସହ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇତି ମଧ୍ୟରେ ଶ୍ରୀଲଙ୍କାରେ ପଂହଚିଛନ୍ତି । ସୂଚନାଯୋଗ୍ୟ, ରୋହିତ ଏବଂ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଉଭୟ ଅଭ୍ୟାସ ସେଶନରେ ଯୋଗ ଦେଇ ପ୍ରସ୍ତୁତି ଆରମ୍ଭ କରିବେ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ମଙ୍ଗଳବାର ଅନ୍ତିମ ଟି୨୦ ମ୍ୟାଚ ଖେଳିବ । ଭାରତ ୨ଟି ମ୍ୟାଚ ଜିତି ଆଗୁଆ ସିରିଜ ଜିତି ନେଇଛି । ରୋହିତ, କୋହଲି, କୂଲଦୀପ ଯାଦବ ଟି୨୦ ବିଶ୍ୱକପ ପରେ ପୂନର୍ବାର ପଡିଆକୁ ଓହ୍ଲାଇବେ ।

ଶ୍ରେୟାଶ ଆୟାର ମଧ୍ୟ ଦଳ ସହିତ ଯୋଗ ଦେଇଛନ୍ତି । ସହାୟକ କୋଚ ଅଭିଷେକ ନାୟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ସେମାନେ ଅଭ୍ୟାସ କରିବେ । ଶ୍ରୀଲଙ୍କା ବିପକ୍ଷ ୩ଟି ଯାକ ଦିିନିକିଆ ମ୍ୟାଚ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । କୋଚ ଗୌତମ ଗମ୍ଭୀର ଓ ରୋହିତ ପ୍ରଥମ ଥର ପାଇଁ ଏକତ୍ର ଅଭିଯାନ ଆରମ୍ଭ କରିବେ ।

Comments are closed.