Latest Odisha News

ଟି୨୦ ବିଶ୍ୱକପ: ଟ୍ରଫି ଆଣିବା ବେଳେ ଏହି ମହାନ ଖେଳାଳିଙ୍କ ଶୈଳୀକୁ ନକଲ କରିଥିଲେ ରୋହିତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଏଥିସହ ୨୦୧୧ ପରେ ଭାରତ ଆଇସିସି ଟ୍ରଫି ଜିତିବା ସୌଭାଗ୍ୟ ଅର୍ଜନ କରିଛି । ଭାରତ ଚାମ୍ପିୟନ ହେବା ପରେ ଅଧିନାୟକ ରୋହିତ ଶର୍ମା ଏକ ନିଆରା ଶୈଳୀରେ ଟ୍ରଫି ଆଣିବାକୁ ଯାଇଥିଲେ । ଏଥିରେ ସାଥୀ ଖେଳାଳିମାନେ ମଧ୍ୟ ସହଯୋଗ କରିଥିଲେ । ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ହରାଇବା ପରେ ଏହି ଶୈଳୀରେ ଟ୍ରଫି ଆଣିବାକୁ ଯାଇଥିଲେ । ଏବେ ରୋହିତ ଏହାର ନକଲ କରିଛନ୍ତି । ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମ୍ୟାଚ ପରେ କୂଲଦୀପ ଯାଦବ ତାଙ୍କୁ ଏହି ଶୈଳୀ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ରୋହିତଙ୍କ ଏହି ମଜାକିଆ ଶୈଳୀ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ସ୍ମିତ ହାସ୍ୟ ଖେଳାଇ ଦେଇଛି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲର ପରାଜୟ ମଧ୍ୟ ଏହି ବିଜୟରେ ଧୋଇ ହୋଇଯାଇଛି । ରୋହିତଙ୍କ ସମେତ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଇତି ମଧ୍ୟରେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି ।

Leave A Reply

Your email address will not be published.