Latest Odisha News

BREAKING NEWS

ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……

ନୂଆଦିଲ୍ଲୀ: କୋଚ ଗୌତମ ଗମ୍ଭୀରଙ୍କ ସହ ଭାରତୀୟ କ୍ରିକେଟ ଦଳର ସିନିୟର ସଦସ୍ୟଙ୍କ ଭଲ ପଡୁ ନ ଥିବା ଖବର ପ୍ରକାଶ ପାଇ ଆସୁଛି । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଗମ୍ଭୀରଙ୍କ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ତେବେ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଅବସରରେ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ଏହାର ସମ୍ପୂର୍ଣ୍ଣ ସତ୍ୟ ସମ୍ମୁଖକୁ ଆଣିଛନ୍ତି । ଦଳ ମଧ୍ୟରେ କୌଣସି ବିବାଦ ନୁହେଁ । ଗମ୍ଭୀର ନିଜେ କୋହଲି ଏବଂ ରୋହିତଙ୍କ ସହ ବସି ୨୦୨୬ ବିଶ୍ୱକପ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ମୁଁ ଅଧିକାଂଶ ସମୟ ସେମାନଙ୍କ ସହିତ ରହିଛି । ନିଜ ନିଜର ଅଭିଜ୍ଞତା ସେମାନେ ଶେୟାର କରୁଛନ୍ତି ।

ସୋସିଆଲ ମିଡିଆରେ ଯାହା କୁହାଯାଉଛି ଏହାର ସତ୍ୟତା ନାହିଁ । କୋହଲି ଓ ରୋହିତ ଭାରତର ଅଭିଜ୍ଞ ଖେଳାଳି ସେମାନଙ୍କୁ ଅଣଦେଖା କରି ଯୋଜନା ପ୍ରସ୍ତୁତ କରିବା ମୂର୍ଖାମୀ କେହି କରିବେ ନାହିଁ ବୋଲି କୋଟାକ କହିଛନ୍ତି । ରୋହିତ ଶେଷ ଥର ପାଇଁ ଦିନିକିଆ ବିଶ୍ୱକପରେ ନେତୃତ୍ୱ ନେବାକୁ ଚାହୁଁଥିଲେ । ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଅଧିନାୟକ କରାଯିବା ପରେ ଟିମ ମଧ୍ୟରେ ଅଶାନ୍ତି ଉପୁଜିଥିଲା । ଏପରିକି ଗମ୍ଭୀରଙ୍କ ସହ ଷ୍ଟାର ବ୍ୟାଟ୍ସମ୍ୟାନ କୋହଲି କଥା ହେଉ ନ ଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.