Latest Odisha News

BREAKING NEWS

‘ଖତରୋଁ କି ଖିଲାଡି’ ଶୋରୁ ବିଦାୟ ନେଲେ ରୋହିତ ରଏ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଶୋ ହେଉଛି ଖତରୋଁ କି ଖିଲାଡି । ଏହି ଶୋରେ ଭାଗ ନେଇ ଷ୍ଟଣ୍ଟ ଦେଖାଇବାକୁ ଅନେକ ସେଲିବ୍ରିଟ୍ ଇଛା କରିଥାନ୍ତି । କିନ୍ତୁ ନିକଟରେ ଅଭିନେତା ରୋହିତ ରଏ ଷ୍ଟଣ୍ଟ କରୁଥିବା ବେଳେ ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ସେ ଏହି ଶୋରୁ ବିଦାୟ ନେଇଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଏହି ଶୋ’ର ସୁଟିଂ ଚାଲିଛି । ଏହି ସମୟରେ ଅଭିନେତା ରୋହିତ ଗୁରୁତର ଆହତ ହୋଇଛନ୍ତିି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ କେପଟାଉନରୁ ମୁମ୍ବାଇକୁ ପଠାଯିବ ବୋଲି ବ୍ୟବସ୍ଥା କରାଯାଉଛି । ତେଣୁ ସେ ଏହି ଶୋରୁ ବିଦାୟ ନେଇଥିବା କହିଛନ୍ତି । ଏହାପୂର୍ବରୁ ଖତରୋଁ କି ଖିଲାଡିର ସୁଟିଂ ସମୟରେ ଗୁମ୍ ହେ କିସି କେ ପ୍ୟାର୍ ମେଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ମଧ୍ୟ ଆହତ ହୋଇଥିଲେ । ଐଶ୍ୱର୍ଯ୍ୟା ନିଜେ ସୋସିଆଲ ମିଡ଼ିଆରେ ଆହତ ହେବାର ଫଟୋ ସେୟାର କରିଥିଲେ ।

ପୂର୍ବରୁ ଅଭିନେତା ନିଶାନ୍ତ ଭଟ୍ଟ, ଜନ୍ ଇମାମ, ଅଭିନେତ୍ରୀ ସମିତା ସେଟ୍ଟୀ, ତେଜସ୍ୱୀ ପ୍ରକାଶ ମଧ୍ୟ ଗୁରୁତର ହେବାରୁ ଏହି ଶୋରୁ ଅଧାରୁ ବିଦାୟ ନେଇଥିଲେ ।

Comments are closed.