ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୪ର୍ଥ ଖେଳାଳି ଭାବେ ୬୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୪ ରନ କରିଥିବା ବେଳେ ସେ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଥିଲେ । ଏହି ମ୍ୟାଚରେ ସେ ୧୮ ବଲରେ ୨୮ ରନ କରି ତ୍ୟାଗୀ ନଟରାଜନଙ୍କ ଦ୍ୱାରା ଆଉଟ ହୋଇଥିଲେ । ତାଙ୍କ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି, ଦିଲ୍ଲୀ କ୍ୟାପିଟାଲ୍ସର ଡେଭିଡ ୱାର୍ଣ୍ଣର ଓ ପଞ୍ଜାବ କିଙ୍ଗସ ଶିଖର ଧାୱନ ୬୦୦୦ ରନ କରି ସାରିଛନ୍ତି ।
ୱାର୍ଣ୍ଣର ସବୁଠାରୁ କମ ୧୬୫ ଇନିଂସରେ ୬୦୦୦ ରନ କ୍ଲବରେ ସାମିଲ ହୋଇଥିଲେ । ତାଙ୍କ ପଛକୁ କୋହଲି ରହିଛନ୍ତି । ସେ ୧୮୮ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଶିଖର ଧାୱନ ୧୯୯ ଏବଂ ରୋହିତ ୨୨୭ ଇନିଂସରେ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଆଇପିଏଲରେ ସବୁଠାରୁ ସଫଳ ଟିମ ହୋଇପାରିଛି । ମୁମ୍ବାଇ ସର୍ବାଧିକ ୫ଟି ଟାଇଟଲ ହାସଲ କରିଛି ।
Comments are closed.