ରାଂଚୀ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱରେକର୍ଡ କରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ୧୩୫ ରନ ସହାୟତାରେ ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । ରୋହିତ ୫୭ ଓ ଅଧିନାୟକ କେଏଲ ରାହୁଲ ୬୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭ୍ରମଣକାରୀ ଦଳ ପକ୍ଷରୁ ମାର୍କୋ ଜାନସେନ, ନାନ୍ଦେୟ ବର୍ଗର, କୋର୍ବିନ ବୋଶ ଓ ଓଟନେଇଲ ବାର୍ଟମେନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
କୋହଲିଙ୍କ ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ଏହା ୫୨ତମ ଶତକ ଥିଲା । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୫୧ ଶତକ ରେକର୍ଡକୁ ଭଙ୍ଗ କରି ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ହିଟମ୍ୟାନ ରୋହିତ ତାଙ୍କ ୫୭ ରନ ଇନିଂସ ଅବସରରେ ୩ଟି ଛକା ମାରିଥିଲେ । ଏଥିସହ ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ବିଶ୍ୱରେକର୍ଡ କରିଛନ୍ତି । ରୋହିତ ଓଭରାଲ ୩୫୨ ଛକା ମାରି ଶାହୀଦ ଆଫ୍ରିଦୀଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେ ୩୫୧ ଛକା ମାରିଥିଲେ ।
Comments are closed.