ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ଦିନିକିଆ କ୍ରିକେଟରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୪ଟି ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ କରିବାରେ ଗୌରବ ଅର୍ଜନ କରିଛନ୍ତି । ସୂଚନାଯୋଗ୍ୟ ଭାରତ ୩-୦ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଜିତିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ଅଧିନାୟକ ଭାବେ ୩ଟି ଲେଖାଏଁ ଦ୍ୱିପାକ୍ଷିକ ସିରିଜରେ କ୍ଲିନ ସୁଇପ କରିଥିଲେ । ରୋହିତଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ୧୪ ବର୍ଷ ମଧ୍ୟରେ ଭାରତ ଦିନିକିଆ ସିରିଜରେ ସର୍ବାଧିକ ୧୨ ଥର କ୍ଲିନ ସୁଇପ କରିଛି ।
ନ୍ୟୁଜିଲାଣ୍ଡ ୧୦ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ହଜାର ରନ ପୂର୍ଣ୍ଣ କରିଛନ୍ତି । ସଚିନ ତେନ୍ଦୁଲକର ଏହି କୀର୍ତିମାନ ପାଇଁ ୩୫୩ ଇନିଂସ ଖେଳିଥିବା ବେଳେ କୋହଲି ୩୪୦ ପାରୀରେ ଏହି ରେକର୍ଡ କରିଛନ୍ତି । ଦ୍ୱିତୀୟ ଦିନିକିଆରେ ରୋହିତ ଶତକ ହାସଲ କରିଥିବା ବେଳେ ତୃତୀୟ ମୁକାବିଲାରେ କୋହଲି ଅର୍ଦ୍ଧଶତକ ସହ ଫର୍ମକୁ ଫେରିଛନ୍ତି । ଭାରତ ଏବେ ଚାମ୍ପିୟନ୍ସ ଟ୍ରଫି ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିବ ।
Comments are closed.