ଅହମ୍ମଦାବାଦ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ପଡିଆରେ ପାଦ ଦେଉ ଦେଉ ଆଉ ଏକ ରେକର୍ଡ କରିଛନ୍ତି । ରୋହିତ ୪୫୦ ଟି୨୦ ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ରୋହିତଙ୍କ ପଛକୁ ଦୀନେଶ କାର୍ତିକ ୪୧୨ ମ୍ୟାଚ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲି(୪୦୧) ଓ ଏମଏସ ଧୋନୀ(୩୯୩) ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ରୋହିତଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି୨୦ ବିଶ୍ୱକପ ଜିତିବା ପରେ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିଲେ । ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଛନ୍ତି ।
ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତଙ୍କୁ ଗତ ସଂସ୍କରଣରେ ଅଧିନାୟକ ପଦରୁ ହଟେଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇଥିଲେ । ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା । ଚଳିତ ସଂସ୍କରଣରେ ମୁମ୍ବାଇ ତାର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ହାରିଯାଇଛି । ଏହି ମ୍ୟାଚରେ ରୋହିତ ଖାତା ଖୋଲିପାରି ନ ଥିଲେ ।
Comments are closed.