Latest Odisha News

BREAKING NEWS

ଟି୨୦ରେ ଆଉ ଏକ ଉପଲବ୍ଧି ହାସଲ କଲେ ରୋହିତ

ମୁମ୍ବାଇ: ଟି୨୦ କ୍ରିକେଟରେ ରୋହିତ ଶର୍ମା ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଦଳ ପକ୍ଷରୁ ୬୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତେବେ ସେ ନିଜ ଦେଶର ବିରାଟ କୋହଲିଙ୍କୁ ପଛରେ ପକାଇ ପାରି ନାହାନ୍ତି । କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳି ୮୦୦୦ରୁ ଅଧିକ ରନ କରିଛନ୍ତି । ସେ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ଇଂଲଣ୍ଡର ଜେମ୍ସ ୱିନ୍ସ ହ୍ୟାମ୍ପଶାୟାର ପକ୍ଷରୁ ୫୯୩୪ ରନ କରିଥିଲେ । ରୋହିତ ତାଙ୍କୁ ଅତିକ୍ରମ କରିଛନ୍ତି ।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରୋହିତ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ୫୩ ରନ ସହାୟତାରେ ମୁମ୍ବାଇ ୨୧୮ ରନର ଲକ୍ଷ୍ୟ ରାଜସ୍ଥାନ ବିପକ୍ଷରେ ରଖିଛି । ର‌୍ୟାନ ରିକେଲଟେନ ୬୧ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟୋ ୪୮ ଲେଖାଏଁ ରନ କରି ଅପରାଜିତ ରହିଥିଲେ ।
ଟି୨୦ରେ ଗୋଟିଏ ଦଳ ପକ୍ଷରୁ ସର୍ବାଧିକ ରନ
ବିରାଟ କୋହଲି-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର-୮୮୭୧ ରନ  । ରୋହିତ ଶର୍ମା-ମୁମ୍ବାଇ ଇଣ୍ଡିଆନ୍ସ- ୬୦୦୮ । ଜେମ୍ସ ୱିନ୍ସ-ହ୍ୟାମ୍ପଶାୟାର-୫୯୩୪ ।  ସୁରେଶ ରାଇନା- ଚେନ୍ନାଇ ସୁପର କିଙ୍ଗସ-୫୫୨୮ । ଏମଏସ ଧୋନୀ-ଚେନ୍ନାଇ ସୁପର କିଙ୍ଗସ-୫୨୬୯ ।

Comments are closed.