Latest Odisha News

BREAKING NEWS

ସଚିନଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତର ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୧୧୦୦୦ ରନ ପୂର୍ଣ୍ଣ କରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ୧୨ ରନ କରି ବ୍ୟାଟିଂ କରୁଥିବା ବେଳେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେ ୪ର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୧୧୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୧୮୪୨୬), ବିରାଟ କୋହଲି(୧୩୯୬୩) ଓ ସୌରଭ ଗାଙ୍ଗୁଲି ୧୧୨୨୧ ରନ କରିଛନ୍ତି । ତେବେ ଦ୍ରୁତ ୧୧ ହଜାର ରନ କରିବାରେ ରୋହିତ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ୧୧ ହଜାର ରନ ପୂରଣ କରିବା ପାଇଁ ୨୭୬ ଇନିଂସ ଖେଳିଥିଲେ ।

ରୋହିତ ୨୬୧ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଦିିନିକିଆ କ୍ରିକେଟରେ ଦ୍ରୁତ ୧୧ ହଜାର ରନ ସଂଗ୍ରହ କରିବାରେ ବିରାଟ କୋହଲି ଶୀର୍ଷରେ ରହିଛନ୍ତି । ସେ ମାତ୍ର ୨୨୨ ଇନିଂସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ଏହି ଅବସରରେ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ୫୦୦ ରନ ପୂରଣ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୫୨୨ ରନ ସଂଗ୍ରହ କରିଛନ୍ତି ।

Comments are closed.