ନୂଆଦିଲ୍ଲୀ: ଭାରତର ସିନିୟର ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ର୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ପ୍ରଶଂସନୀୟ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏହାର ଫାଇଦା ମଧ୍ୟ ତାଙ୍କୁ ର୍ୟାଙ୍କିଙ୍ଗରେ ମିଳିଛି । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ୨ଟି ସ୍ଥାନ ତଳକୁ ଖସିଛନ୍ତି । ରୋହିତ ୨ଟି ସ୍ଥାନ ଉନ୍ନୀତ ହୋଇ ୭୮୧ ରେଟିଂ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।
ପ୍ରଥମ ଥର ପାଇଁ ସେ ଏହି ସଫଳତା ହାସଲ କରିଛନ୍ତି । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚରେ ୮ ରନ କରିଥିଲେ । ଏହା ପରେ ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ୭୩ ଓ ୧୨୧ ରନର ଇନିଂସ ଖେଳିଥିଲେ । ଗିଲ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନର ଇବ୍ରାହିମ ଜାଡ୍ରାନ ଦ୍ୱିତୀୟରେ ରହିଛନ୍ତି । ବିରାଟ କୋହଲି ଶେଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ର୍ୟାଙ୍କିଙ୍ଗରେ ୫ମରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ସେ ପ୍ରଥମ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ ।
Comments are closed.